ଭଦ୍ରକ, (ବାଘୁଆବାର୍ତ୍ତା): ନକଲି ଜର୍ଦ୍ଦା ବେପାରୀ ଙ୍କୁ ଭଦ୍ରକ ପୋଲିସ ର ମାଷ୍ଟରଷ୍ଟ୍ରୋକ । ୫୦ ଲକ୍ଷ ଟଙ୍କା ର ନକଲି ଜର୍ଦ୍ଦା ସହ ବିପୁଳ ନକଲି ସାମଗ୍ରୀ ଜବତ । ଦୁଇ ଜଣ ଗିରଫ ହେବା ସହ ଜଣେ ଫେରାର ହୋଇଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ଏହି ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ତିଆରି ନେଇ ଖବର ପାଇବା ପରେ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀ ଙ୍କ ନେତୃତ୍ୱ ରେ ୩ ଟି ଟିମ ଗଠନ ହୋଇଥିଲା ଏହି ଟିମ ପୁରୁଣାବଜାର ଅଞ୍ଚଳ ର ହେଲାସାହି ଠାରେ ଚଢ଼ାଉ କରିଥିଲା ।
ଏକକାଳୀନ ୩ ଟି ସ୍ଥାନ ରେ ରେଡ଼ ବେଳେ ବିପୁଳ ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀ ର ଲୋଗୋ , ମିକ୍ସଚର ମେସିନ , ଖାଲି ପାଉଚ, କେମିକାଲ ମଧ୍ୟ ଜବତ ହୋଇଛି । ଜବତ ନକଲି ଜର୍ଦ୍ଦା ର ମୂଲ୍ୟ ୪୫ ଲକ୍ଷ ରୁ ୫୦ ଲକ୍ଷ ର ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣା ରେ ଏସକେ ରବାନି ଓ ଏସକେ ଖାଲିକ ଗିରଫ ହୋଇଥବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମିର ଇନାମ ଫେରାର ହୋଇଥବା କହିଛି ପୋଲିସ । ତେବେ ନକଲି ଜର୍ଦ୍ଦା ତିଆରି ବିଷୟ ରେ ଖବର ଥିଲେ ପୋଲିସ କୁ ସୂଚନା ଦେବା ପାଇଁ ପୋଲିସ ଅନୁରୋଧ କରିଛି ।





