ନୟାଗଡ଼, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ହିଟଲରୀ କାଇଦାରେ ଗୃହ ବିଭାଗ ଏବଂ ବିଚାରବିଭାଗକୁ ହାତବାରିଶ କରି ବିରୋଧୀ ଜନମତକୁ ଚପାଇବା ଉଦ୍ଦେଶ୍ୟରେ ସିପିଆଇଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ସ୍ୱରାଜ ଇଣ୍ଡିଆ ଅଭିଯାନ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟତୀ ଘୋଷ, ପ୍ରଫେସର ଅପୂର୍ବାନନ୍ଦଙ୍କୁ ଦିଲ୍ଲୀ ଦଙ୍ଗା ସହ ଯୋଡ଼ି ମାମଲା ରୁଜୁ କରାଇଛି । ଯାହାକୁ ନେଇ ଆଜି ସିପିଆଇଏମ୍ ନେତା ବିଶ୍ୱନାଥ ମହାପାତ୍ର, ସହଦେବ ଡାକୁଆ, ଗୋଲକ ବିହାରୀ ମୁଦୁଲୀ, ଜ୍ୟୋତିପ୍ରଭା ଜେନା, ଏସ୍ଏ କରିମ, ପବିତ୍ର ଇନ୍ଦ୍ରଜିତ, ଆଇନଜୀବୀ ଅମିୟ ପଟ୍ଟନାୟକ ପ୍ରମୂଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।





