ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ଗ୍ରହରାଜର ସଂପାଦକ ସ୍ୱର୍ଗତ ହରିହର ମହାପାତ୍ରଙ୍କ ଏକାଦଶାହରେ ହରିହର ମହାପାତ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଯୁବନେତା ସନ୍ତୋଷ ପ୍ରଧାନ ଏବଂ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ହୋଟେଲ୍ ତ୍ରିନାଥ ପରିସରରେ ଆୟୋଜିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ବରିଷ୍ଠ କମ୍ୟୁନିଷ୍ଟ ନେତା ବିଶ୍ୱନାଥ ମହାପାତ୍ର, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କଂଗ୍ରେସ ପ୍ରାକ୍ତନ ସଭାପତି ରଣଜିତ ଦାଶ, କଂଗ୍ରେସ ନେତା ମନୋଜ ସାହୁ, ବ୍ୟଙ୍ଗକବି ଶ୍ରୀଯୁକ୍ତ ସତ୍ୟାନାଶ ପ୍ରମୂଖ ଯୋଗଦେଇ ହରିହର ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ସଭାରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଜୀବନ ବ୍ୟାପି ସଂଗ୍ରାମ ଏବଂ ନୟାଗଡ଼ ଶିକ୍ଷା ପାଇଁ ତାଙ୍କର ଅବଦାନ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ଜଣାଯାଇଛି ।






