ନୟାଗଡ଼, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମୁକ୍ତ ବିଦ୍ୟାଳୟ ଅଧିନରେ ଜଣେ ୬୦ ବର୍ଷିୟ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଉଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ନୟାଗଡ଼ ସହର ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମର ବିକ୍ରମ ପରିଡ଼ା ବୋଲି ଜଣାଯାଇଛି । ନବଘନପୁର ପରୀକ୍ଷା କେନ୍ଦ୍ରରେ ସେ ଆଜି ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ବ୍ୟକ୍ତି ଜଣଙ୍କର ଶିକ୍ଷାପ୍ରତି ଥିବା ଆଗ୍ରହ ତାଙ୍କୁ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି ।





