ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଜି ଜଣେ ବ୍ୟକ୍ତିଙ୍କୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ବ୍ୟକ୍ତିଙ୍କ କୈାଣସି ପରିଚୟ ମିଳିନଥିବାରୁ ନୟାଗଡ଼ ଟାଉନଥାନା ପୁଲିସ ଡାକ୍ତରଖାନାରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖିଥିବା ପୁଲିସ ସୂଚନା ଦେଇଛି । ପରିବାର କିମ୍ବା ସଂମ୍ପର୍କୀୟ ପହଂଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି ।






