ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୪୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଯାହାକି ସବୁଠାରୁ ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫ରେ ପଂହଚିଛି । ସେଥିମଧ୍ୟରେ ୨୪୭୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୭୨୨ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୦୮, ବାଲେଶ୍ୱର ୧୩୦, ବରଗଡ଼ ୯୫, ଭଦ୍ରକ ୫୩, ବଲାଙ୍ଗିର ୧୯୭, ବୈାଦ୍ଦ ୧୯, କଟକ ୩୬୭, ଦେବଗଡ଼ ୩୪, ଢେଙ୍କାନାଳ ୮୦, ଗଜପତି ୧୪, ଗଂଜାମ ୪୪, ଜଗତସିଂହପୁର ୯୭, ଯାଜପୁର ୧୫୬, ଝାରସୁଗୁଡ଼ା ୯୫, କଳାହାଣ୍ଡି ୯୩, କନ୍ଧମାଳ ୭୮, କେନ୍ଦ୍ରାପଡ଼ା ୧୪୩, କେନ୍ଦୁଝର ୬୩, ଖୋର୍ଦ୍ଧା ୭୫୮, କୋରାପୁଟ ୯୯, ମାଲକାନଗିରି ୨୨, ମୟୁରଭଂଜ ୧୩୩, ନବରଂଗପୁର ୯୮, ନୟାଗଡ଼ ୪୩, ନୂଆପଡ଼ା ୧୧୬, ପୁରୀ ୩୧୦, ରାୟଗଡ଼ା ୧୩୬, ସମ୍ବଲପୁର ୧୩୦, ସୋନପୁର ୭୪, ସୁନ୍ଦରଗଡ଼ ୧୯୫ ଜଣ, ଅନ୍ୟାନ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୬୭୩ ଟି ମାମଲା ସକ୍ରିୟ ରହିଥିବା ୧୧୮୬୪୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






