Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖେଳନା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ, ମାଡ଼ି ବସିଲେ ବ୍ୟାଙ୍କ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
July 5, 2024
in Crime, State
ଖେଳନା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ, ମାଡ଼ି ବସିଲେ ବ୍ୟାଙ୍କ କର୍ମଚାରୀ
86
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ କରିବାକୁ ଉଦ୍ୟମ କରିବା ମହଙ୍ଗା ପଡ଼ିଲା । ଅବସ୍ଥା ହେଲା ସାଂଘାତିକ । ଅଚାନକ ଏପରି ସ୍ଥିତିରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଭୟଭୀତ ନ ହୋଇ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଫଳରେ ଖସିବା ପରିବର୍ତ୍ତେ ଜେଲ୍‌ ହାଜତକୁ ଯାଇଛନ୍ତି ଅଭିଯୁକ୍ତ। ଏପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ଗାନ୍ଧୀପଡାସ୍ଥିତ ଇସାଫ ବ୍ୟାଙ୍କ କାର୍ଯ୍ୟାଳୟରେ ଘଟିଛି। ଗିରଫ ଅଭିଯୁକ୍ତଜଣକ ହେଲେ ମନମୋହନ ପ୍ରଧାନ । ସକାଳ ସମୟରେ ବ୍ୟାଙ୍କରେ କର୍ମଚାରୀ ଓ ଗ୍ରାହକଙ୍କ ଭିଡ଼ ଥିଲା। ଏହି ସମୟରେ ମନମୋହନ ବ୍ୟାଙ୍କ ଭିତରକୁ ପଶି ଏକ ଭୁଜାଲି ଓ ଖେଳଣା ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥିରେ କର୍ମଚାରୀ ଓ ଉପସ୍ଥିତ ଥିବା ଗ୍ରାହକ ଭୟଭୀତ ନ ହୋଇ ତାଙ୍କୁ ମାଡ଼ ବସି ଖେଳଣା ବନ୍ଧୁକ ଓ ଭୁଜାଲି ଛଡ଼ାଇ ନେଇଥିଲେ। ଏହାପରେ ତୁରନ୍ତ ପୁଲିସ୍‌କୁ ଖବର ଦିଆଯାଇଥିଲା। ପୁଲିସ୍‌ ସଙ୍ଗେ ସଙ୍ଗ ପହଞ୍ଚି ମନମୋହନଙ୍କୁ ଗିରଫ କରି ଥାନାକୁ ନେଇଛି। ଏଥିସହ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ଅଧିକାରୀ କହିଛନ୍ତି। ଲୁଟ୍‌ ଉଦ୍ୟମ ପୂର୍ବରୁ ଡକାୟତ ଜଣକ ବାଇକରେ ଆସି ରେକି କରିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ଏଥିରେ ଆଉ କିଏ ତାଙ୍କ ସହଯୋଗୀ ଅଛନ୍ତି ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!