ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ଅଜିତ୍ ଦାଶଙ୍କ ଆଜି ପରଲୋକ ଘଟିଛି । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ ଏହାକୁ ନେଇ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ପର ଝିଅ ଘର ଭାଙ୍ଗେନା, ହାକିମ୍ ବାବୁ ଭଳି ବହୁ ଚଳିଚ୍ଚିତ୍ରରେ ଦର୍ଶକଙ୍କ ମନ ମୋହିଥିବା ଏହି ବର୍ଷୀୟାନ୍ ଅଭିନେତା ଆଜି ସମସ୍ତ ଦର୍ଶକଙ୍କୁ ପର କରି ଦେଇଛନ୍ତି । ଯାହାକୁ ନେଇ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଶୋକ ବ୍ୟକ୍ତ କରିଥିବା ବେଳେ ତାଙ୍କ ପରିବାର ପ୍ରତି ସମବେଦନ ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ବହୁ କଳାକାର ଇହଲୀଳା ସମ୍ବରଣ କରୁଥିବା ଦର୍ଶକଙ୍କୁ ଆଘାତ ଦେଇ ଚାଲିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।





