ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ୍ ତଥା ଲୋକପି୍ରୟ ଅଭିନେତା ଅଜିତ ଦାସଙ୍କ ପରଲୋକରେ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ ନାଟ୍ୟକାର, ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ଭାବେ ପରିଚିତ ସ୍ୱର୍ଗତ ଦାସ ବହୁ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଓଡ଼ିଶାର ଜନମାନସରେ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ତାଙ୍କର ହୃଦୟସ୍ପର୍ଶୀ ଅଭିନୟ ଅତ୍ୟନ୍ତ ପ୍ରଭାବଶାଳୀ ଓ ସ୍ମରୀୟ ହୋଇ ରହିବ । ତାଙ୍କ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି । ସ୍ୱର୍ଗତ ଦାସଙ୍କ ବିୟୋଗରେ ଓଡ଼ିଶା ସିନେ ଜଗତ ଜେ ଆଦରୀୟ ମୁରବୀଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ମନ୍ତ୍ରୀ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନାପୂର୍ବକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।






