Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋଦିଙ୍କୁ ଭେଟିଲେ, କେକ୍‌ କାଟିଲେ

by ସଞ୍ଜୟ ସ୍ୱାଇଁ
July 4, 2024
in NATIONAL NEWS, Sports
ମୋଦିଙ୍କୁ ଭେଟିଲେ, କେକ୍‌ କାଟିଲେ
227
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଚାମ୍ପିଅନ୍ସଙ୍କ ଘର ବାହୁଡ଼ା। ସ୍ୱଦେଶ ଫେରିଛି ବିଶ୍ୱବିଜୟୀ ଭାରତୀୟ କ୍ରିକେଟ ଟିମ୍। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଖେଳାଳିମାନେ ମଧ୍ୟ ଭାରତ ଫେରିବା ପରେ ରାସ୍ତା ଉପରେ ନାଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ପହଞ୍ଚିଛି ଟିମ୍। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳିଙ୍କ ସହ ବ୍ରେକ୍‌ଫାଷ୍ଟ ମିଟ୍‌ କରିଛନ୍ତି। ୯୦ ମିନିଟ୍‌ ଯାଏ ଚାମ୍ପିଅନ୍ସମାନେ ମୋଦିଙ୍କ ବାସଭବନରେ ରହିଥିଲେ। ଏହାପରେ ଭାରତୀୟ କ୍ରିକେଟ୍ ଟିମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରୁ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ତେବେ ଖେଳାଳିମାନଙ୍କ ସହ ମୋଦି କ’ଣ ଆଲୋଚନା କରିଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ। ଏହା ପୂର୍ବରୁ ବିଶ୍ୱ ବିଜେତା ଟିମ୍ ପାଇଁ ହୋଟେଲରେ ସେଲିବ୍ରେସନ୍ କରାଯାଇଥିଲା। ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଏକ ନିଆରା କେକ୍ କାଟିଥିଲେ ଖେଳାଳି। ନୀଳ ରଙ୍ଗର ଜର୍ସି ଓ ଚକୋଲେଟ୍‌ ଟ୍ରଫି ସହ ତିଆରି ହୋଇଥିଲା କେକ୍‌। ଇଣ୍ଡିଆ ଇଣ୍ଡିଆ ନାରାରେ କମ୍ପିଥିଲା ହୋଟେଲ୍ ପରିସର। ହୋଟେଲ୍ ଆଇଟିସି ମୋର୍ଯ୍ୟରେ ଖେଳାଳିଙ୍କୁ ରେଡ୍ କାର୍ପେଟରେ ଜୋରଦାର ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପରେ ସଂଧ୍ୟାରେ ମୁମ୍ବାଇ ଯିବ ଟିମ୍ ଇଣ୍ଡିଆ। ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏଥିଲାଗି ଦର୍ଶକଙ୍କ ପାଇଁ ଷ୍ଟାଡିୟମକୁ ଏଣ୍ଟ୍ରି ଫ୍ରି କରାଯାଇଛି। ଅର୍ଥାତ୍‌ ସେମାନେ ମାଗଣାରେ ଷ୍ଟାଡିୟମକୁ ଏଣ୍ଟ୍ରି କରିପାରିବେ। ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ। ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ୩ ଦିନ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଫେରିଛି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!