Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିଜିଲାନ୍ସ ଦ୍ୱାରା ଖଣ୍ଡପଡ଼ା ତହସିଲଦାର, ମୋହରୀ ଗିରଫ

by ସଞ୍ଜୟ ସ୍ୱାଇଁ
July 3, 2024
in Crime, Nayagarh, State
ଭିଜିଲାନ୍ସ ଦ୍ୱାରା ଖଣ୍ଡପଡ଼ା ତହସିଲଦାର, ମୋହରୀ ଗିରଫ
492
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରା ମୋହରୀ ଗତକାଲି ରାତିରେ ଧରାପଡ଼ିଥିଲେ । ଏନେଇ ଭିଜିଲାନ୍ସ ଖୋଳତାଡ଼ କରିବା ପରେ ତହସିଲଦାରଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ଉଭୟଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଖଣ୍ଡପଡ଼ା ତହସିଲ ଅଧିନସ୍ଥ ମହାନଦୀରେ ଅନେକ ବେଆଇନ ବାଲିଘାଟ ଚାଲିଥିବା ବେଳେ ଏହାକୁ ପରୋକ୍ଷରେ ତହସିଲଦାର ଧୋବେଇ ନାୟକ ପ୍ରସୟ ଦେଇ ଆସୁଥିଲେ । ନିଲାମ ବାଲିଘାଟ ଗୁଡ଼ିକରୁ ହେଉଥିବା ବାଲି ଚାଲାଣ ଗାଡ଼ି ଗୁଡ଼ିକ ଧରି ଆକ୍ରୋଶ ମୂଳକ ଭାବେ ହଇରାଣ କରୁଥିଲେ । ଶୀଯୁକ୍ତ ନାୟକ ଖଣ୍ଡପଡ଼ା ବାଇପାସ ନିକଟରୁ ଦୁଇଟି ହାଇୱାକୁ ଧରିଥିଲେ । ଏହାକୁ ଛାଡ଼ିବା ପାଇଁ ହାଇୱା ମାଲିକଙ୍କୁ ୨୦ ହଜାର ଟଙ୍କା ମାଗିଥିଲେ । ଏନେଇ ହାଇୱା ମାଲିକ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶରେ ମୋହରୀ ପ୍ରସନ୍ନ କୁମାର ସାହୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା । ପ୍ରସନ୍ନଙ୍କ ସୂଚନାନୁସାରେ, ତହସିଲଦାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ବାସଭବନରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର ଘର, ଭାପୁର ଭଡ଼ା ଘର ସମେତ ଅଫିସ କାର୍ଯ୍ୟାଳୟରେ ଆଜି ଚଢାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ କେସ୍ ନଂ-୧୧ ରେ ମାମଲା ରୁଜୁ କରାଯାଇ ଆଜି ଭିଜିଲାନ୍ସ ତହସିଲଦାର ଓ ମୋହରୀଙ୍କୁ ଗିରଫ କରିଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!