Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ, ଚିଠିରେ ଲେଖିଲେ ଶେଷ ଇଚ୍ଛା

by ସଞ୍ଜୟ ସ୍ୱାଇଁ
July 2, 2024
in Crime, State
ଝୁଲି ପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ, ଚିଠିରେ ଲେଖିଲେ ଶେଷ ଇଚ୍ଛା
309
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ କଲେଜ ନିକଟସ୍ଥ ଏକ ଭଡ଼ାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ସହରାଞ୍ଚଳ ଥାନା ପୁଲିସ। ମୃତ ଛାତ୍ରୀ ହେଲେ ଈଶ୍ୱରୀ ଦାସ। ସେ କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। ବାଲେଶ୍ୱର ଜିଲ୍ଲା ଗରସଙ୍ଗ ଅଞ୍ଚଳ କାଳନ୍ଦୀ ଦାସ ଭଦ୍ରକରେ ଚାକିରି କରୁଛନ୍ତି। ତେଣୁ ସେ ସେଠାରେ ଘର ଭଡ଼ା ନେଇ ସପରିବାରେ ରହୁଛନ୍ତି। ତାଙ୍କ ଝିଅ ହେଉଛନ୍ତି ଈଶ୍ୱରୀ ଦାସ। କଟକରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ। କଲେଜ ଛୁଟିଥିବାରୁ ଈଶ୍ୱରୀ ଘରକୁ ଆସିଥିଲେ। ସୋମବାର ରାତିରେ ଭଡ଼ା ଘର ଉପର ମହଲାରେ ସେ ଏକାକୀ ଶୋଇଥିଲେ। ଆଉ ତାଙ୍କ ପରିବାର ଲୋକେ ତଳ ମହଲାରେ ଶୋଇଥିଲେ। ଆଜି ସକାଳେ ଈଶ୍ୱରୀଙ୍କ ମୃତଦେହ ଝୁଲୁଥିବା ପଡ଼ୋଶୀ ଝରକାରେ ଦେଖିବାକୁ ପାଇଥିଲେ। ସେମାନେ ଏ ସମ୍ପର୍କରେ କାଳନ୍ଦୀଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ। ଏଥିସହ ପୁଲିସ୍‌ ମୃତଦେହ ପାଖରୁ ଗୋଟିଏ ହାତ ଲେଖା ଚିଠି ଜବତ କରିଥିଲା। ଚିଠିଟି ଈଶ୍ୱରୀ ଲେଖିଥିବା ଚର୍ଚ୍ଚା ହେଉଛି। ପୁଲିସ୍‌ ସେହି ଚିଠିକୁ ଜବତ କରି ଘଟଣାର ତଦନ୍ତ ଅଚଳାଇଛି। ମୃତଦେହ ପାଖରୁ ମିଳିଥିବା ଚିଠିରେ ଲେଖାଅଛି, ମୁଁ ମରି ଯାଉଛି ବୋଲି ମୋବାଇଲ୍‌ ନମ୍ୱର … ଓ …ରେ ଖବର ଦେଇଦେବେ। ତେବେ ଏଠି ପ୍ରଶ୍ନ ଉଠୁଛି ଚିଠିରେ ଲେଖାଥିବା ମୋବାଇଲ୍‌ ନମ୍ୱର କାହାର? ସେହି ବ୍ୟକ୍ତି ଜଣକ କିଏ? ତାଙ୍କ ସହିତ ଈଶ୍ୱରୀଙ୍କର କ’ଣ ସମ୍ପର୍କ ରହିଛି।ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଚିଠିକୁ ତଦନ୍ତ ଚଳାଇଛି। ସେପଟେ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଚିଠିରେ ଫୋନ୍‌ ନମ୍ୱର ଲେଖାଥିବା ବ୍ୟକ୍ତି ହିଁ ଈଶ୍ୱରୀଙ୍କ ମୃତ୍ୟୁର କାରଣ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!