ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୃଣ୍ଣି ବଳୟ ପ୍ରଭାବରେ ଆଜିଠାରୁ ଦକ୍ଷୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହା ଲଘୁଚାପର ଋପ ନେଇ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସୃଷ୍ଟି କରିଛି । ଯାହାକୁ ନେଇ ପାଣିପାଗ ବିଭାଗ ମାଲକାନଗିରି, କୋରାପୁଟ ଏବଂ ନଗରଙ୍ଗପୁର ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣି ଜାରି କରିଥିବା ବେଳେ ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାରେ ୟେଲ୍ୱ ୱାର୍ଣ୍ଣି ଜାରି କରିଛି ।





