ଦିଲ୍ଲୀ, (ବାଘୁଆବାର୍ତ୍ତା): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ । ଚିକିତ୍ସା ପାଇଁ ସେ ଆମେରିକା ଗ୍ରସ୍ତ କରିଥିବା ଦଳର ମୁଖପାତ୍ର ରଣଦୀପ ସୁଜରୱାଲା ସୂଚନା ଦେଇଛନ୍ତି । ସଂସଦର ମୈାସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷା ଏବଂ ତାଙ୍କ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଆମେରିକା ଗସ୍ତ କରିଛନ୍ତି । ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା ପାଇଁ ସେ ଆମେରିକା ଗସ୍ତ କରିଥିବା ମୁଖପାତ୍ର ଟ୍ୟୁଟ୍ ଯୋଗେ ସୂଚନା ଦେଇଛନ୍ତି ।





