ଦିଲ୍ଲୀ, (ବାଘୁଆବାର୍ତ୍ତା): କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତୀ ହୋଇଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ସେ ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ଥରେ ଏମ୍ସରେ ଭର୍ତ୍ତୀ ହୋଇଥିଲେ । ଗତକାଲି ରାତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ଏମ୍ସରେ ଭର୍ତ୍ତୀ କରାଯାଇଛି ।





