ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ପଂଚାୟତ ସୋଲପଟା ଗ୍ରାମକୁ ସରପଂଚ ସୁଶାନ୍ତ କୁମାର ଜେନା ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଗ୍ରାମରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରପଂଚ ୧୨ ତାରିଖ ସଂନ୍ଧ୍ୟା ୬ ଘଟିକାରୁ ୧୫ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଗ୍ରାମର ସମସ୍ତ ବ୍ୟକ୍ତି କୋଭିଡ୍ ନିୟମ ମାନି ଘରେ ରହିବାକୁ ସରପଂଚ ପରାମର୍ଶ ଦେଇଛନ୍ତି ।






