Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା, ସମୀକ୍ଷା ବୈଠକ

by Anil Panda
September 12, 2020
in Feature News
ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବନ୍ୟା, ସମୀକ୍ଷା ବୈଠକ
241
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା) : ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟରେ ୧୨ ତାରିଖରୁ ୧୫ ତାରିଖ  ମଧ୍ୟରେ ବିଶେଷ କରି ଆନ୍ଧ୍ର ଉପକୂଳ,  ଓଡ଼ିଶା ଏବଂ ଛତିଶଗଡ ଅଞ୍ଚଳରେ ଲଘୁଚାପ ଯୋଗୁଁ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଯୋଗୁଁ  ଦକ୍ଷିଣ ଓଡିଶ।ରେ ଯେପରି ବନ୍ୟା ନ ହେବ, ସେଥିପ୍ରତି ଦୃଷ୍ଟିଦେଇ  ଦକ୍ଷିଣ ଓଡିଶାର  ବିଭିନ୍ନ ଜିଲ୍ଲା ଗୁଡିକରେ ଥିବା ଜଳଭଣ୍ଡାର ଗୁଡିକରେ ଜଳପତ୍ତନକୁ ନିୟନ୍ତ୍ରଣ ରଖିବା ପାଇଁ  ସତର୍କତା ଅବଲମ୍ବନ ପୂର୍ବକ କାର୍ଯ୍ୟ କରିବାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ବିଭାଗୀୟ କାର୍ଯ୍ୟ।ଳୟଠାରେ ଗତକାଲି ଅନୁଷ୍ଠିତ ଏକ ବୈଠକରେ ବିଭାଗୀୟ  ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି  ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ  ଆବଶ୍ୟକ ନିର୍ଦ୍ଦେଶ ନେଇଛନ୍ତି  ।  ଲଘୁଚାପ ଜନିତ ବର୍ଷାରେ  ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର  ଅପର ଇନ୍ଦ୍ରାବତୀ , କୋରାପୁଟ ଜିଲ୍ଲାର ଅପର କୋଲାବ  ଏବଂ  ମାଲକାନଗିରି ଜିଲ୍ଲାର ବାଲିମେଳ।  ଜଳ ଭଣ୍ଡାର ଗୁଡିକରେ ଜଳ ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଓ  ଗଜପତି  ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଜ୍ଞତା ସମ୍ପନ୍ନ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେହିସବୁ ଅଞ୍ଚଳକୁ   ପଠାଯାଇଛି । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଜଳସମ୍ପଦ ବିଭାଗର କୋଣ୍ଟ୍ରୋଲ ରୁମ ୨୪ ଘଣ୍ଟିଆ ଖୋଲାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ ବୋଲି ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି । ସୂଚନା ଯୋଗ୍ୟ ଯେ ଏବେ ଅପର ଇନ୍ଦ୍ରାବତୀ  ଜଳଭଣ୍ଡାରର ୬୪.୦୦ % ଅପର କୋଲାବରେ  ୩୫.୭୦ % ଓ ବାଲିମେଳା ଜଳ ଭଣ୍ଡାରରେ ୬୫.୬୦% ଜଳ ପୂର୍ଣ୍ଣ ରହିଛି । ଅପର ଇନ୍ଦ୍ରାବତୀ ଜଲଭଣ୍ଡାର  ଜଳଧାରଣ କ୍ଷମତା ୬୪୨ ମିଟର  ଥିବାବେଳେ ଏବେ ଏଥିରେ ଜଳ  ୬୩୭.୨ମିଟର   ରହିଛି ଏବଂ ଅପର କୋଲାବର କ୍ଷମତା  ୮୫୮.00 ମିଟର  ଥିବାବେଳେ ଏବେ  ଏହାର ଜଳ ପତନ  ୮୫୦.୭୬ ମିଟର  ରହିଛି । ସେହିପରି ବାଲିମେଳା ଜଳ ଭଣ୍ଡାରର  ଜଳଧାରଣ କ୍ଷମତା  ୧୫୧୬.୦୦ ଫୁଟ ଥିବାବେଳେ ଏବେ ଏହାର ଜଳପତନ ୧୪୯୭.୬ ଫୁଟ  ରହିଛି ।   ଅନୁଷ୍ଠିତ  ବୈଠକରେ   ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ @yð^û  ପଟ୍ଟନାୟକ, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥଙ୍କ ସମେତ ବିଭାଗୀୟ ଅନ୍ୟ ଯନ୍ତ୍ରୀ ଓ ପଦଧିକାରୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!