Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ଯୁବକ, ଲଭ୍, ସେକ୍ସ ଓ ଧୋକାର କରୁଣ ପରିଣତି

by ସଞ୍ଜୟ ସ୍ୱାଇଁ
June 25, 2024
in Crime, State
ବନ୍ଧା ହେଲେ ଯୁବକ, ଲଭ୍, ସେକ୍ସ ଓ ଧୋକାର କରୁଣ ପରିଣତି
182
VIEWS
Share on FacebookShare on Twitter

କନ୍ଧମାଳ, (ବାଘୁଆବାର୍ତ୍ତା): ଯୁବତୀଙ୍କୁ ଲଭ୍, ସେକ୍ସ ଓ ଧୋକା ଦେବା ଅଭିଯୋଗରେ ବନ୍ଧା ହେଲେ ଯୁବକ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତ ହେଲେ ପ୍ରିୟରଞ୍ଜନ ଦିଗାଲ। ତାଙ୍କ ଘର ପବିଙ୍ଗିଆ ଗ୍ରାମରେ। ପ୍ରିୟରଞ୍ଜନଙ୍କର ଫିରିଙ୍ଗିଆ ବଜାରରେ ଗୋଟିଏ Online Service Center ରହିଛି। ଯୁବତୀଙ୍କ ସହ ତାଙ୍କର ସେହିଠାରେ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। ପରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଥିଲେ। ପରେ ପ୍ରିୟରଞ୍ଜନ ଯୁବତୀଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିଲେ। ଏହାରି ମଧ୍ୟରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହି ବିଷୟରେ ପ୍ରିୟରଞ୍ଜନଙ୍କୁ ଜଣାଇଥିଲେ ଓ ବିବାହ କରିବା ପାଇଁ କହିଥିଲେ। କିନ୍ତୁ ପ୍ରିୟରଞ୍ଜନ ବିଭିନ୍ନ ବାହାନା କରି ବିବାହ କଥାକୁ ଟାଳି ଦେବା ସହିତ ଯୁବତୀକୁ ମେଡ଼ିସିନ ଦେଇ ଗର୍ଭପାତ କରାଇଥିଲେ। ଗର୍ଭପାତ କରିବାର କିଛି ଦିନ ପରେ ପ୍ରିୟରଞ୍ଜନଙ୍କ ଦେଖା ମିଳିନଥିଲା। ପରେ ଯୁବତୀ ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପ୍ରିୟରଞ୍ଜନଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ପ୍ରିୟରଞ୍ଜନଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!