ଦଶପଲ୍ଲା, (ବାଘୁଆବାର୍ତ୍ତା): ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଦଶପଲ୍ଲା ପୋଲିସ୍ ଜଣେ ଯୁବକକୁ ଗିରଫ୍ କରି ସୋମବାର ଦିନ କୋର୍ଟ ଚାଲାଣ କରିଛି। ଗିରଫ୍ ଯୁବକ ଜଣକ ହେଲେ ତୁମାଣ୍ଡି ପଞ୍ଚାୟତ ଅନ୍ତର୍ଗତ ଭାଲୁ ମୁଣ୍ଡିଆର ଶ୍ରୀଧର ନାଏକ (୨୦ବର୍ଷ) ବୋଲି ଜଣାପଡିଛି। ନାବାଳିକା ଜଣକ ଦୋକାନ ସୌଦାକରି ଘରକୁ ଫେରୁଥିବା ବେଳେ ଶ୍ରୀଧର ବାଟରେ ଅସଦାଚରଣ କରିବା ପରେ ଦୁଇ ପରିବାର ମଧ୍ଯରେ ବିବାଦ ଉପୁଜିବା ସହିତ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଯୁବକକୁ ଗିରଫ୍ ସହିତ ନାବାଳିକାର ଡାକ୍ତର ମାଇନା କରାଯାଇ କୋର୍ଟରେ ବୟାନ ରେକର୍ଡ କରାଯାଇଥିବା ଥାନା ଅଧିକାରୀ ମୁକେଶ୍ କୁମାର ବେହେରା ପ୍ରକାଶ କରିଛନ୍ତି।





