Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା

by ସଞ୍ଜୟ ସ୍ୱାଇଁ
June 24, 2024
in Crime, State
ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା
40
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଧିନସ୍ଥରେ ଥିବା ଜୟନ୍ତୀ ଜୁଏଲର ସମ୍ମୁଖରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା, ଅଳଙ୍କାର ସହ ନଗଦ ୬୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ଅତି ଚତୁରତାର ସହ ଦୋକାନ ସମୁଖକୁ ବିସ୍କୁଟ ପକାଇ ଅପରିଷ୍କାର କରିଦେଇଥିଲେ। ଆଜି ସକାଳ ପ୍ରାୟ ୯ଟାରେ ଦୋକାନୀ କୋଦଣ୍ଡଧର ସାହୁ ଦୋକାନ ଖୋଲିବାକୁ ଆସିଥିଲେ। ତାଙ୍କ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ସଫା କରିବା ଲାଗି ଦୋକାନ ପଛପଟକୁ ପାଣି ଆଣିବାକୁ ଯାଇଥିଲେ। ସେତିକି ବେଳେ ଲୁଟେରା ମାନେ ତାଙ୍କ ବାଇକର ଡିକି ଭାଙ୍ଗି ସେଥିରେ ଥିବା ୫ଭରି ଓଜନର ସୁନା ଗହଣା, ଦେଢ଼ କିଲୋ ରୁ ଅଧିକ ରୂପା ଅଳଙ୍କାର ଓ ନଗଦ ୬୦ ହଜାର ଟଙ୍କା ଆଖି ପିଛୁଳାକେ ଲୁଟି ନେଇଛନ୍ତି। କୋଦଣ୍ଡଧର ଆସି ଆସି ଦେଖିଲାବେଳକୁ ତାଙ୍କର ବାଇକର ଡିକି ଭଙ୍ଗା ଯାଇଛି। ଏହା ଦେଖି ତାଙ୍କର ପାଦତଳୁ ମାଟି ଖସିପଡ଼ିଲା ଭଳି ଲାଗିଲା। ସେ ସଙ୍ଗେସଙ୍ଗେ ବାଇକ ପାଖକୁ ଆସି ଦେଖିଲେ ଡିକିରେ ଥିବା ଅଳଙ୍କର ଓ ଟଙ୍କା କିଛି ନାହିଁ। ଲୁଟେରା ମାନେ ସବୁ ଲୁଟିନେଇ ପଳେଇଛି। କୋଦଣ୍ଡଧର ତୁରନ୍ତ ନନ୍ଦିପଦା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୋଦଣ୍ଡଧର ସାହୁ, ଜୁଏଲରି ସପ ମାଲିକ କହିଛନ୍ତି, ଆଜି ସକାଳେ ମୁଁ ଦୋକାନ ଖୋଲିବାକୁ ଆସିଥିଲି। ଦେଖିଲି ଦୋକାନ ଆଗରେ ଅଳିଆ ପଡ଼ିଛି। ଅଳିଆ ସଫା କରିବା ପାଇଁ ମୁଁ ଦୋନ ପଛକୁ ପାଣି ଆଣିବାକୁ ଯାଇଥିଲି। ଦୋକାନ ପଛରୁ ଆସିଲା ପରେ ଦେଖିଲି ମୋର ବାଇକର ଡିକି ଭଙ୍ଗା ଯାଇଛି। ସେଥିରେ ଥିବା ସୁନା, ରୂପା ଓ ନଗଦ ୬୦ ହଜାର ଟଙ୍କା କିଏ ନେଇ ପଳାଇଛି। ଏହା କହି କୋଦଣ୍ଡଧର କାନ୍ଦି ପାକାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!