ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ଫଳରେ ଇଟାମାଟି ଅଂଚଳରୁ ଅନେକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଇଟାମାଟି ବଜାର ଅଂଚଳକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଇଟାମାଟି ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥକୁ କଣ୍ଟେନ୍ମେଣ୍ଟ ମୁକ୍ତ କରାଯାଇଥିବା ବେଳେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ ବଜାର ୧୦ ତାରିଖ ଦିନ ୨ଟାରୁ ୧୬ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ।






