ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସିତ ହେଉଛନ୍ତି । ମନ୍ତ୍ରୀ ଏବେ ସୁସ୍ଥ ଥିବା ଜଣାଯାଇଛି । ଏଭଳି ପ୍ରରିପେକ୍ଷିରେ କିଛି ବ୍ୟକ୍ତି ଫେକ୍ଆଇଡି ବ୍ୟବହାର କରି ମନ୍ତ୍ରୀ ଗୁରୁତର ଥିବା ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅପପ୍ରଚାର କରୁଥିବା ଜଣାଯାଇଛି । ଏଭଳି ମିଥ୍ୟା ଖବରକୁ ଗୁରୁତ୍ୱ ନଦେବାକୁ ପରାମର୍ଶ ଦିଆଯାଇଛି ।






