ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କୁରାଳ ଗ୍ରାମର ଆଜି ଏକ ନାଗସାପ ଉଦ୍ଧାର କରଯାଇଥିବା ଜଣାଯାଇଛି । ସୂଚନାନୁସାରେ. କୁରାଳ ଗ୍ରାମର ପାଇକରାସାହି ନିବାସୀ ଭରତ ପରିଡ଼ା ଆଜି ତାଙ୍କ ଘରେ ବିଶ୍ରାମ ନେଉଥିବା ବେଳେ ଏକ ନାଗସାପ ଦେଖିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଜଗନ୍ନାଥ ସାହୁ ଏବଂ ଶୁଭାଶିଷ ସାମନ୍ତରାୟ ପହଂଚି ସାଢ଼େ ୪ ଫୁଟର ନାଗସାପ ଉଦ୍ଧାର କରିଥିବା ଜଣାଯାଇଛି ।






