ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଅଷ୍ଟମ ଜିଲ୍ଲା ପରିଷଦ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତି ମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ରଂଜିତା ବିଶ୍ୱାଳଙ୍କ ସମେତ ଜିଲ୍ଲାର ଅନେକ ଜିଲ୍ଲା ପରିଷଦ ସଭ୍ୟମାନେ ଭିସି ମାଧ୍ୟମରେ ଯୋଗ ଦେଇଥିଲେ । ଏହି ବୈଠକରେ କରୋନା ମୁକାବିଲା ଏବଂ ଏହାର ସ୍ଥିତି ସଂମ୍ପର୍କରେ ଆଲୋଚନା ହୋଇଥିବା ଜଣାଯାଇଛି । ଏଥିସହିତ କୃଷି ସମ୍ବଦ୍ଧିୟ ଆଲୋଚନା ବେଳେ ସାରର ଅଭାବ ଏବଂ ଏହାର କିଭଳି ମୁକାବିଲା କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ଏଥିସହିତ ବନବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ହୋଇଥିବା ହୋଇଥିବା ବୃକ୍ଷରୋପଣ ନେଇ ବୈଠକରେ ଆଲୋଚନା ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।






