Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି

by Anil Panda
September 8, 2020
in Nayagarh
ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
647
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ଗତ ସପ୍ତାହ ମଧ୍ୟରେ ବିଭିନ୍ନ କାରଣରୁ ପ୍ରାଣ ହରାଇଥିବା ନୟାଗଡ଼ ବ୍ଲକରେ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏଲିମେଣ୍ଟାରୀ ଶିକ୍ଷକ ସମନ୍ୱୟ ପକ୍ଷରୁ ଶୋକସଭା କରାଯିବା ସହ ଦିବଂଗତ ଆତ୍ମାପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ଥାନୀୟ ଶ୍ରୀରାମକୃର୍ଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ମଙ୍ଗଳବାର ଦିନ ଆୟୋଜିତ ଶୋକସଭାରେ ଦିବଂଗତ ମାନଙ୍କ ଫଟୋ ଚିତ୍ରରେ ଧୂପ, ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସେମାନଙ୍କ ସ୍ମୃତିଚାରଣ କରାଯାଇ ଗଭୀର ଶୋକ ପ୍ରକାଶ କରା ଯାଇଥିଲା । ସୂଚନା ଯୋଗ୍ୟ ଯେ ଗତ ସପ୍ତାହର କିଛିଦିନ ବ୍ୟବଧାନରେ ନୟାଗଡ଼ ବ୍ଳକ ଇକିରି ନୋଡାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅକ୍ଷୟ ଦଳବେହରା (୫୬) ହୃଦଘାତରେ ପ୍ରାଣ ହରାଇଥିବା ବେଳେ ଇଟାମାଟି ନାରାୟଣୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେବୀ (୫୭) କ୍ୟାନସରରେ ପ୍ରାଣ ହରାଇଥିଲେ । ସେହିପରି ନୟାଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଶୁଭକାନ୍ତ ନାୟକ (୪୭) କରୋନାରେ ଆକ୍ରାନ୍ତ ହୋଇ ଗତ ଶୁକ୍ରବାର ଦିନ ପ୍ରାଣ ହରାଇଥିଲେ । ଶିକ୍ଷକ ସମନ୍ୱୟ ତରଫରୁ ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ସୁରେଶ ସେଠୀ, ଅଶୋକ ମଲ୍ଲ, ଉମେଶ ସ୍ୱାଇଁ, ଚିତ୍ତରଂଜନ ଦାଶ, ହାଡ଼ିବନ୍ଧୁ ରାଉତ, ପ୍ରଦୀପ କୁମାର ସାହୁ, ସଂଗ୍ରମ ସାହୁ ପ୍ରମୁଖ ମୃତ ଶିକ୍ଷକ ଏବଂ ଶିକ୍ଷା କର୍ମଚାରୀଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନୀରବ ପ୍ରାର୍ଥନା ଏବଂ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!