ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଆଞ୍ଚଳିକ ପରିବହନ କାର୍ଯ୍ୟଳୟର କିଛି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ୮ ତାରିଖ ସକାଳ ୧୦ଟାରୁ ୧୧ ତାରିଖ ରାତି ୯ଟା ପର୍ଯ୍ୟନ୍ତ ସଟ୍ଡାଉନ କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି ।





