Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାର ଗଳା କାଟିଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
June 13, 2024
in Crime, NATIONAL NEWS
ପ୍ରେମିକାର ଗଳା କାଟିଲା ପ୍ରେମିକ
315
VIEWS
Share on FacebookShare on Twitter

ଉତ୍ତର ପ୍ରଦେଶ, (ବାଘୁଆବାର୍ତ୍ତା): ପ୍ରେମିକାର ଗଳା କାଟି ହତ୍ୟା କରିବା ପରେ ଜଣେ ପ୍ରେମିକ ଦେଇଛି ଆଶ୍ଚର୍ଯ୍ୟକର ବୟାନ। ହତ୍ୟା କରିବା ପରେ ମଧ୍ୟ ମନରେ ସାମାନ୍ୟତମ ଭୟ ନାହିଁ, ବରଂ ଧୋକାର ପରିଣାମ ମୃତ୍ୟୁ ବୋଲି ହସି ହସି କହୁଛି। ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ବୁଲନ୍ଦଶହରର ଏକ ଶ୍ମଶାନ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। କେହି ତାଙ୍କ ଗଳାକାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ପୁଲିସ ଖୋଜାଖୋଜି କରି ସ୍ଥାନୀୟ ଅଞ୍ଚଳର ଅଦନାନ ନାମକ ଜଣେ ଯୁବକକୁ ଅଟକ ରଖିଥିଲା। ପଚରା ଉଚରା ସମୟରେ ଅଦନାନ ଯୁବତୀଙ୍କ ଗଳା କାଟି ହତ୍ୟା କରିଥିବା ସ୍ୱୀକାର କରିଛି। ପ୍ରେମରେ ଧୋକା ଦେଇଥିବାରୁ ସେ ଏପରି କରିଥିବା କହିଛି। ଅଦନାନା କହିଛି ଯେ, ସେ ଆସମାନ(ତାଙ୍କ ପ୍ରେମିକା)ଙ୍କ ସହ ଦୀର୍ଘଦିନ ହେବ ସମ୍ପର୍କରେ ଥିଲେ। କିଛି ଦିନ ହେବ ତାଙ୍କ ଫୋନ୍ ଖରାପ ହୋଇ ଯାଇଥିଲେ। ସେ ତାଙ୍କୁ ୧୦ ହଜାର ଟଙ୍କାର ଏକ ନୂଆ ଫୋନ୍ କିଣି ଦେଇଥିଲେ। କିନ୍ତୁ ଯେତେବେଳେ କଲ୍ କରୁଥିଲେ, ନଂ ବ୍ୟସ୍ତ ଆସୁଥିଲା। ଫଳରେ ଆସମାନ ଅନ୍ୟ କାହା ସହ କଥା ହେଉଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟ ଯେଉଁ ଶ୍ମଶାନ ନିକଟରେ ପ୍ରାୟତଃ ଦେଖା କରନ୍ତି, ସେଠାକୁ ଆସମାନଙ୍କୁ ଡାକିଥିଲା। ସେ ସେଠାକୁ ଆସିବା ପରେ ତାଙ୍କ ଫୋନ୍ ଯାଞ୍ଚ କରିଥିଲେ ଏବଂ ଅନ୍ୟ ନଂ ସହ କଥା ହେବା ଦେଖି ସେହିଠାରେ ହିଁ ଗଳା କାଟି ହତ୍ୟା କରିଥିଲେ। ହତ୍ୟାକାଣ୍ଡ ବାବଦରେ ସ୍ୱୀକାର କରିବା ବେଳେ ଅଦନାନ ହସୁଥିବାର ଦେଖିବାକୁ ମିଳୁଛି। ଅଦନାନ କହିଛି ଯେ, ସେ ସଞ୍ଜୟ ଦତ୍ତଙ୍କ ଫ୍ୟାନ। ଖଳନାୟକ ସିନେନା ଦେଖି ହତ୍ୟା କରିଛି। ପ୍ରେମରେ ଧୋକା ଦେଉଥିବା ବ୍ୟକ୍ତିର ପରିଣାମ ମୃତ୍ୟୁ। କେବଳ ପ୍ରେମରେ ନୁହେଁ ଯଦି କେହି ବନ୍ଧୁ ବି ମୋତେ ଧୋକା ଦିଅନ୍ତି ତେବେ ମୁଁ ତାଙ୍କୁ ବି ଜୀବନରୁ ମାରିଦେବି। ପୁଲିସ ଏହି ମାମଲାରେ ଅଦନାନକୁ ଗିରଫ କରି କୋର୍ଟଚାଲାଣ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!