ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ଆରୋଗ୍ୟ କାମନା କରି କେନ୍ଦୁଢିପି ମାଧବ ମନ୍ଦିର ଏବଂ ବଡ଼ ପଣ୍ଡୁସର ସୁନାଲଟିଠାରେ ଦୀପଦାନ କରାଯାଇଛି । ବିଜୁ ମହିଳା ଜନତା ଦଳ ପକ୍ଷରୁ ଦକ୍ଷୀଣକାଳୀଠାରେ ଦୀପଦାନ କରାଯାଇଛି । ସେହିଭଳି ଭାବେ ନାଟ୍ୟସଂସ୍ଥା ମଂଚାୟନ ପକ୍ଷରୁ ୧୦୮ ଥର ଓଁକାର ଜପ କରାଯାଇଛି । ପ୍ରମୂଖ ନାଟ୍ୟ ଅନୁଷ୍ଠାନ ରାଗେଶ୍ରୀ ନିଳୟମ, ସଂସ୍କୃତି ସଂସଦ, ସିରିଏସ୍ ଜୋନ୍, ସାଂସ୍କୃତିକ କର୍ମଚାରୀ ସଂଘ, ସୁଧା ପକ୍ଷରୁ ଓଁକାର ଜପ କରାଯାଇଥିବା ଜଣାଯାଇଛି । ଏଥିସହିତୟ ମଂଚାୟନ ପକ୍ଷରୁ ସମସ୍ତ କରୋନା ଆକ୍ରାନ୍ତଙ୍କ ପାଇଁ ଏକ ପାର୍ଥନା ପର୍ବ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୀପଦାନ କରାଯାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆରୋଗ୍ୟ କାମନା କରାଯାଇଛି । ସେହିଭଳି ଭାବେ ମହାନାୟକ ଖଣ୍ଡାୟତ ସମାଜ ଚଉଦକୋଶ ତରଫରୁ ନୟାଗଡ଼ ସହର ରାମମନ୍ଦିରଠାରେ ଦୀପଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମାଜର ବହୁ ବରିଷ୍ଠ କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଦୀପଦାନ କରିଥିବା ଜଣାଯାଇଛି ।






