ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଅଞ୍ଚଳରେ ସିଆରପିଏଫ ଜବାନଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା କରିବା ମାମଲାର ପର୍ଦ୍ଦାଫାସ ହୋଇଛି । ନୟାଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଆଜି ରଣପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା କାଣ୍ଡର ପର୍ଦ୍ଦାଫାସ କରିଛନ୍ତି । ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡି କୋଟଣିଶିଳା ଗାଁରେ ନମିତା ବେହେରାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା । ନମିତାଙ୍କ ପୁଅ ସାଶ୍ୱତ ସାମନ୍ତରାୟ ଥାନାରେ ମାମଲା ଦାୟର କରିଥିଲେ । ଏଥି ସହିତ ବାହାରେ ରହୁଥିବା ସିଆରପିଏଫ ଜବାନ ତଥା ନମିତାଙ୍କ ସ୍ୱାମୀଙ୍କୁ ଶାସ୍ୱତ ସୁଚନା ଦେଇଥିଲେ । ରଣପୁର ପୁଲିସ ପକ୍ଷରୁ କେସ ନଂ-୨୧୩ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏଥି ସହ ଡିଏସପିଙ୍କ ନେତୃତ୍ୱରେ ୩ ଗୋଟି ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ସାଇଣ୍ଟିଫିକ ଟିମ ସହ ବରିଷ୍ଠ ଅଧୀକାରୀ ମାନେ ତଦନ୍ତ ଆରମ୍ଭ କରିଥିଲେ ।
ପ୍ରାଥମିକ ତଦନ୍ତରୁ ଉକ୍ତ ଗ୍ରାମର ଶରତ କୁମାର ସ୍ୱାଇଁ ଯିଏକି ମୃତ ନମିତାଙ୍କ ସାନ ଜ୍ୱାଇଁ ସେ ଏହି ହତ୍ୟା କାଣ୍ଡ କରିଥିବା ପ୍ରମାଣ ମିଳିଛି । ଏହି ମାମଲାରେ ରଣପୁର ଆଇଆଇସି ନିହାର ରଞ୍ଜନ ମହାନ୍ତି ତଦନ୍ତକୁ ଯୋରଦାର କରିଥିଲେ । ବିଭିନ୍ନ ଦିଗରୁ ତଦନ୍ତ କରାଯାଇଥିଲା । ଏହି ମାମଲାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ତଦନ୍ତ ଜାରି ରହିଛି । ଏକ ମାସ ମଧ୍ୟରେ କୋର୍ଟକୁ ଚାର୍ଜସିଟ ପ୍ରଦାନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରକାଶ କରିଛନ୍ତି । ଜ୍ୱାଇଁ ଶରତ କୁମାର ସ୍ୱାଇଁଙ୍କ ଠାରୁ ଏକ ଛୁରୀ ଜବତ କରାଯାଇଛି । ଆଜି ତାଙ୍କୁ କୋର୍ଟ ଫରୁୱାର୍ଡ କରାଯିବ । ଏହି ହତ୍ୟା କାଣ୍ଡରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଖୁବ୍ କମ୍ ଦିନ ଭିତରେ ଏହାର ରହସ୍ୟ ଖୋଲିବ ବୋଲି ସୁଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ । ପ୍ରାଥମିକ ତଦନ୍ତରେ ଜ୍ୱାଇଁ ଶରତ ହତ୍ୟା କରିଥିବା ସୁଚନା ମିଳିଛି । ୩୦ ଦିନ ମଧ୍ୟରେ ଉକ୍ତ ହତ୍ୟା କାଣ୍ଡର ଚାର୍ଜସିଟ କୋର୍ଟରେ ଦାଖଲ କରାଯିବ ବୋଲି ପୁଲିସ ପକ୍ଷରୁ ସୁଚନା ମିଳିଛି ।





