Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ଥାନାରେ କଲା ଆତ୍ମସମର୍ପଣ

by ସଞ୍ଜୟ ସ୍ୱାଇଁ
June 11, 2024
in Crime, State
ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା ପ୍ରେମିକ, ଥାନାରେ କଲା ଆତ୍ମସମର୍ପଣ
194
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ପ୍ରାୟ ୩ ବର୍ଷ ହେଲା ହୋଇଥିଲା ମନ ଦିଆନିଆ। ଉଭୟ ପରସ୍ପରଙ୍କୁ ଖୁବ୍‌ ଭଲ ପାଉଥିବା ବେଳେ ଭବିଷ୍ୟତକୁ ନେଇ ବହୁ ସୁନେଲୀ ସ୍ୱପ୍ନ ଦେଖିଥିଲେ। ଏପରିକି ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରି ସାରା ଜୀବନ ସାଥୀ ହୋଇ ଚାଲିବେ ବୋଲି ବି କଥା ଦିଆନିଆ ହୋଇଥିଲେ। ମାତ୍ର ହଠାତ୍‌ ଘୋଟି ଆସିଲା କଳା ବାଦଲ, ଛିଣ୍ଡିଗଲା ସମ୍ପର୍କ। ଯିଏ ନିଜ ପ୍ରେମିକାକୁ ଦେଖିବାକୁ ଚାହିଁ ରହୁଥିଲା, ସିଏ ହିଁ ସାଜିଲା ତା’ର ହତ୍ୟାକାରୀ। ଏପରି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ଥାନା ବାଙ୍କନାଳ ଗାଁ ନିକଟରେ ଘଟିଛି। ନିଜ ପ୍ରେମିକାକୁ ଜଙ୍ଗଲରେ ମାରି ପ୍ରେମିକ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତ ଯୁବତୀଜଣକ ହେଲେ ବିଷମକଟକ ସଦର ଥାନାର ନିତୁ ନାଉରୀ । ନିତୁଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବୟଫ୍ରେଣ୍ଡ ଗୁଣୁପୁର ଥାନାର ମରାଠୀଗୁଡା ଗ୍ରାମର ମାନୁଆଲ ଶବରଙ୍କୁ ଗିରଫ କରିଛି। ନିତୁ ବିଷମକଟକ ବ୍ଲକର ମିଶନ ଶକ୍ତି ବିଭାଗରେ କାର୍ଯ୍ୟରତ ଥିଲେ। ମାନୁଆଲ ଶବର ବିଷମକଟକରେ ରହି ଇଞ୍ଜିନିୟରିଂ ପଢ଼ୁଥିଲେ। ପ୍ରାୟ ୩ ବର୍ଷ ହେବ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିବା ବେଳେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଆଜି ସକାଳୁ ନିତୁ ନିଜ ଘରୁ ବାହାରି ଯାଇଥିଲେ। କିଛି ସମୟ ପରେ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ପୁଲିସ୍‌ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ଓ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ଏକ ଛୋଟ ଗଛରେ ବନ୍ଧାଯାଇଥିବା ରଶି ନିତୁଙ୍କ ବେକରେ ଗୁଡ଼ାଇ ହୋଇଥିବା ଦେଖିବାକୁ ପାଇଥିଲେ। ଏଥିସହ ନିତୁଙ୍କ ଶରୀର ମାଟିରେ ଲାଗି ରହିଥିଲ। ତେଣୁ ତାଙ୍କୁ ହତ୍ୟା ପରେ ଏପରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ୍‌ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କ’ଣ ପାଇଁ ନିଜ ପ୍ରେମିକାର ଜୀବନ ନେଲେ ମାନୁଆଲ ଶବର ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!