ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଗତକାଲି ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସନ୍ତୋଷ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟରଠାରେ ତାଙ୍କୁ ଶେଷ ସମ୍ମାନ ଦିଆଯାଇଛି । ଆର୍ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସ୍ପି ପ୍ରତ୍ୟୁଷ ଦିୱାକରଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଶହୀଦ୍ ସନ୍ତୋଷ ବେହେରାଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ, ସନ୍ତୋଷ ଘର ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଟାଙ୍ଗନାଡ଼ି ଗ୍ରାମରେ ହୋଇଥିବା ବେଳେ ଆଜି ତାଙ୍କ ପରିବାର ଚାନ୍ଦପୁରଠାରେ ଉପସ୍ଥିତ ରହିଥିଲେ ।






