ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୮୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨ ରେ ପଂହଚିଛି । ସେଥିମଧ୍ୟରେ ୨୨୭୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୫୮୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୨୦, ବାଲେଶ୍ୱର ୧୦୫, ବରଗଡ଼ ୧୭୬, ଭଦ୍ରକ ୭୪, ବଲାଙ୍ଗିର ୭୫, ବୈାଦ୍ଦ ୨୨, କଟକ ୩୮୬, ଦେବଗଡ଼ ୧୨, ଢେଙ୍କାନାଳ ୭୪, ଗଜପତି ୧୪, ଗଂଜାମ ୯୧, ଜଗତସିଂହପୁର ୮୬, ଯାଜପୁର ୨୮୫, ଝାରସୁଗୁଡ଼ା ୧୯୯, କଳାହାଣ୍ଡି ୨୮, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୮୩, କେନ୍ଦୁଝର ୬୬, ଖୋର୍ଦ୍ଧା ୭୬୭, କୋରାପୁଟ ୮୬, ମାଲକାନଗିରି ୩୩, ମୟୁରଭଂଜ ୧୨୨, ନବରଂଗପୁର ୪୪, ନୟାଗଡ଼ ୫୭, ନୂଆପଡ଼ା ୪୮, ପୁରୀ ୨୦୦, ରାୟଗଡ଼ା ୧୫୩, ସମ୍ବଲପୁର ୭୭, ସୋନପୁର ୧୧୭, ସୁନ୍ଦରଗଡ଼ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯୧୯ ଟି ମାମଲା ସକ୍ରିୟ ରହିଥିବା ୯୬୩୬୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






