ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଏବେ ଭୟାନକ ସ୍ଥିତିରେ ପହଂଚି ସାରିଥିବା ଅନୁମାନ କରାଯାଉଛି । ଜିଲ୍ଲାରେ ଲଗାତର ଭାବେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି । ସୂଚନାନୁସାରେ, ଖଣ୍ଡପଡ଼ା ଥାନାରେ କାର୍ଯ୍ୟରତ ୮ଜଣ କର୍ମଚାରୀ କରୋନା ଭୂତାଣୁ ୍ଦ୍ୱାରା ସଂକ୍ରମିତ ହୋଇଥିଲେ । ତନ୍ମଧ୍ୟରୁ ଭୁବନେଶ୍ୱରସ୍ଥିତ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ହେଉଥିବା ପୁଲିସ କନେଷ୍ଟବଳ ସନ୍ତୋଷ କୁମାର ବେହେରା(୩୪)ଙ୍କର ରବିବାର ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ସ୍ୱର୍ଗତ ବେହେରାଙ୍କ ଘର ନୟାଗଡ଼ ଜିଲ୍ଲାର ବାଣିଗୋଚ୍ଛା ଥାନା ଅଧିନ ଟାଙ୍ଗିନାରୀ ଗ୍ରାମରେ ବୋଲି ଜଣାଯାଇଛି । ଫଳରେ ଦଶପଲ୍ଲା ବ୍ଲକରେ ମୃତ୍ୟୁ ସଂଖ୍ୟା ୭ରେ ପହଂଚିଛି ।






