ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ବରରୁ ଗିରଫ ହେଲା ଅନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ । ଅଭିଯୁକ୍ତ ନିକଟରୁ ଏକ କୁଇଣ୍ଟାଲ ଗଞ୍ଜେଇ ସହ କାର ଜବତ କରିଛି ଭରତପୁର ଥାନା ପୋଲିସ । କନ୍ଧମାଳରୁ ଏକ କାରରେ ଏକ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଭୁବନେଶ୍ବର ଷ୍ଟୁଡିଓ ଛକରେ ଗାଡ଼ିକୁ ଧରି ତିନି ଅଭିଯୁକ୍ତଙ୍କୁ କାବୁ କରିଥିଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୁର୍ସିଦାବାଦର ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଘର ଅନୁଗୁଳରେ ବୋଲି ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩୫ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।





