Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାଠ ପଢ଼ା ମାଟ୍ରିକ ଫେଲ୍‌, ଲୁଟିଛି ଶହେ କୋଟିରୁ ଅଧିକ

by ସଞ୍ଜୟ ସ୍ୱାଇଁ
June 8, 2024
in Crime, State
ପାଠ ପଢ଼ା ମାଟ୍ରିକ ଫେଲ୍‌, ଲୁଟିଛି ଶହେ କୋଟିରୁ ଅଧିକ
257
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଣେ ମାଟ୍ରିକ ଫେଲ୍ ର କଳା କାରନାମା। ମାଟ୍ରିକ ଫେଲ୍ ହୋଇଥିଲେ ସୁଦ୍ଧା ହଜାର ହଜାର ଲୋକଙ୍କୁ ଚୂନ ଲଗାଇ ଶହେ କୋଟିରୁ ଅଧିକ ଟଙ୍କା ହଡ଼ପ କରିଛି। ଚିଟଫଣ୍ଡ ସ୍କାମ ଓ ୧୨୩ କୋଟିରୁ ଅଧିକ ଟଙ୍କା ଠକେଇ ମାମଲାରେ ଓଡ଼ିଶାର EOW କୋଲକାତାରୁ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ତୁଷାର ଭଞ୍ଜୋ। ତାକୁ ପ୍ରଥମେ ଅଲିପୁର କୋର୍ଟରେ ଗତ ୫ ତାରିଖରେ ହାଜର କରାଯାଇଥିଲା। ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି। ଆଜି ତାଙ୍କୁ କଟକର ଏକ କୋର୍ଟରେ ହାଜର କରାଯିବ। ଅଭିଯୋଗ ଅନୁସାରେ ଅଧିକ ସୁଧର ଲୋଭ ଦେଖାଇ ତୁଷାର ନିଜ କମ୍ପାନି ହରିତ କୃଷି ନିଧି, ଟ୍ରାନସଭିଜନ ଡ୍ରିମ୍ ମଲଟି ଟ୍ରେଡ୍ ରେ ଟଙ୍କା ଲଗାଇବାକୁ କହିଥିଲେ। ଗ୍ରାହକ ଯୋଗାଡ଼ କରିବା ପାଇଁ ଅଧିକ କମିଶନ ଦେବାକୁ ମଧ୍ଯ କହିଥିଲେ। ଯେଉଁ ଏଜେଣ୍ଟ ୪ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିବ, ତାକୁ ଦରମା ଦେବାକୁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ । ଏପରି ଭାବେ ସେ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଆସାମ, ତ୍ରିପୁରା, ମହାରାଷ୍ଟ୍ର ଏପରିକି ବାଂଲାଦେଶରୁ ୧୨୩ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରି ଫେରାର ହୋଇ ଯାଇଥିଲେଏ। ଏହି ଟଙ୍କାକୁ ସେ ବାଂଲାଦେଶ, ଚୀନରେ ବିନିଯୋଗ କରିଥିବା ଜଣାପଡ଼ିଛି। ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର ଓ ରାଉରକେଲାରେ ତାଙ୍କର ଅଫିସ ଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଛି, ତୁଷାର ପାଠ ପଢ଼ିଛି ମାତ୍ର ମାଟ୍ରିକ। ତାହା ବି ପାସ୍ କରି ନାହି । ଫେଲ୍ ହୋଇଛି। ତା ପାଖରୁ ବହୁ କାଗଜପତ୍ର ଜବତ କରିଛି EOW ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!