ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାରେ କଳାରେ ୭୨.୩୫ ପ୍ରତିଶତ ପାସ୍ହାର ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍ ହାର ରହିଥିବା ଜଣାପଡ଼ିଛି । ସେଥିମଧ୍ୟରେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ୨୪୬ ଜଣ ଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୧ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଭାବେ ୫୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୭୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ଜଣାଯାଇଛି । ମହାବିଦ୍ୟାଳୟର ଛାତ୍ରୀଙ୍କ ମଧ୍ୟରେ ସ୍ୱାଗତିକା ମହାନ୍ତି ୪୯୭ ମାର୍କ ରଖି କଲେଜ ଟପ୍ପର ହୋଇଛନ୍ତି ।






