ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ରାଜ୍ୟରେ ନୂଆ ୩୮୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧ ରେ ପଂହଚିଛି । ସେଥିମଧ୍ୟରେ ୨୨୮୬ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୫୨୪ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୭୩, ବାଲେଶ୍ୱର ୧୨୦, ବରଗଡ଼ ୩୯୬, ଭଦ୍ରକ ୧୦୭, ବଲାଙ୍ଗିର ୪୩, ବୈାଦ୍ଦ ୨୯, କଟକ ୩୩୨, ଦେବଗଡ଼ ୭, ଢେଙ୍କାନାଳ ୫୧, ଗଜପତି ୨୦, ଗଂଜାମ ୧୦୮, ଜଗତସିଂହପୁର ୬୭, ଯାଜପୁର ୨୫୨, ଝାରସୁଗୁଡ଼ା ୧୯୨, କଳାହାଣ୍ଡି ୫୭, କନ୍ଧମାଳ ୪୫, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୮୪, ଖୋର୍ଦ୍ଧା ୭୯୭, କୋରାପୁଟ ୮୪, ମାଲକାନଗିରି ୩୭, ମୟୁରଭଂଜ ୧୪୨, ନବରଂଗପୁର ୭୮, ନୟାଗଡ଼ ୬୨, ନୂଆପଡ଼ା ୯୩, ପୁରୀ ୧୧୭, ରାୟଗଡ଼ା ୧୦୧, ସମ୍ବଲପୁର ୮୩, ସୋନପୁର ୧୦୬, ସୁନ୍ଦରଗଡ଼ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୬୫୮ ଟି ମାମଲା ସକ୍ରିୟ ରହିଥିବା ୯୩୭୭୪ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






