ଓଡ଼ଗାଁ, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାରେ କଳାରେ ୭୨.୩୫ ପ୍ରତିଶତ ପାସ୍ହାର ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍ ହାର ରହିଥିବା ଜଣାପଡ଼ିଛି । ସେଥିମଧ୍ୟରେ ଓଡ଼ଗାଁରେ ଅବସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟରେ ୨୪୦ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଭାବେ ୫୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୯୩ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିବା ଜଣାଯାଇଛି । ଅନ୍ୟପକ୍ଷେ କରେସ୍ପଣ୍ଡେଡ୍ ପରୀକ୍ଷା ଦେଇଥିବା ୨୫ ଜଣଙ୍କ ମଧ୍ୟରୁ ୧୧ ଜଣ ଫେଲ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୧ ଜଣ ପାସ କରିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱୀନ ନାୟକ ସୂଚନା ଦେଇଛନ୍ତି । ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମମତା ସାହୁ ୫୧୫ ମାର୍କ ରଖି କଲେଜ ଟପ୍ପର ହୋଇଥିବା ବେଳେ ସିତା ଭୁଜୁବଳ ୫୦୧ ମାର୍କ ରଖି ଦ୍ୱିତୀୟ ଏବଂ ମାନଓ କୁମାର ପ୍ରଧାନ ୪୭୯ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ରିର୍ପୋଟ – ଅର୍ଜ୍ଜୁନ ସାହୁ






