ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁର ରାସ୍ତା କଡ଼ ହେବ ସରସ ସୁନ୍ଦର । ଏଥିପାଇଁ ଆରମ୍ଭ ହୋଇଛି ପ୍ରୟାସ । ବନବିଭାଗ ପକ୍ଷରୁ ପଥପାଶ୍ୱରେ ବୃକ୍ଷରୋପଣ କରାଯିବା ନେଇ କାମ ଆରମ୍ଭ ହୋଇଛି । ଓଡ଼ଗାଁ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟଠାରୁ ପଥରା ଯାଏଁ ଆମ୍ବ, ପଣସ ଓ ନଡ଼ିଆ ବୃକ୍ଷରୋପଣ କାର୍ଯ୍ୟକୁ ଗତକାଲି ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ଶୁଭାରମ୍ଭ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ, ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା, ସାମ୍ବଦିକ ସାରସ କୁମାର ମିଶ୍ର ଏବଂ ଅଶୋକ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନପାଳ ଜ୍ୟୋତିରଞ୍ଜନ ମାନସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।






