Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ : କଳାରେ ୭୨.୩୫, ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍‌ହାର

by Anil Panda
September 6, 2020
in Nayagarh
ବାଣିଜ୍ୟରେ ବି ନୟାଗଡ଼ ପ୍ରଥମ
381
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ନୟାଗଡ଼ ଜିଲ୍ଲାରେ କଳାରେ ୭୨.୩୫ ପ୍ରତିଶତ ପାସ୍‌ହାର ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୬୭.୪୪ ପ୍ରତିଶତ ପାସ୍ ହାର ରହିଥିବା ଜଣାପଡ଼ିଛି । ନୟାଗଡ଼ ଜିଲ୍ଲାରେ କଳାରେ ମୋଟ ୬ ହଜାର ୫୪୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ସେଥିମଧ୍ୟରେ ୬ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ । ମୋଟ ୫ ହଜାର ୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ଜଣ କପି କରିଥିବାରୁ ସେମାନଙ୍କର ଫଳ ପ୍ରକାଶ ପାଇନାହିଁ । ସେମାନଙ୍କ ମଧ୍ୟରେ କଳାରେ ୧୦୩୫ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି, ଦିତୀୟ ସ୍ଥାନରେ ୯୭୧ ଜଣ ଏବଂ ତୃତୀୟ ସ୍ଥାନରେ ୨ ହଜାର ୭୧୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେହିପରି ୪ ଜଣ ଛାତ୍ରଛାତ୍ରୀ କମ୍ପାଣ୍ଟମେଣ୍ଟାଲ ପରୀକ୍ଷାରେ ପାସ କରିଥିବା ଜଣାପଡ଼ିଛି । ସେହିଭଳି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ୧୭୨ ଜଣ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୧୬ ଜଣ ପାସ କରିଛନ୍ତି । ସେମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ୩୮ ଜଣ, ଦିତୀୟସ୍ଥାନରେ ୪୪ ଜଣ, ତୃତୀୟ ସ୍ଥାନରେ ୩୧ ଜଣପାସ କରିଥିବା ଜଣାପଡ଼ିଛି । ୩ ଜଣ କମ୍ପାଣ୍ଟମେଣ୍ଟାଲ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ଜଣେ କପି କରି ଫେଲ ହୋଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!