ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଆଜି ଜିଲ୍ଲା ସ୍ତରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ ଏବଂ ତାଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଉତ୍କଳ ସାମ୍ବାଦିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଖଟେଇ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ପଜିଟିଭ୍ ଆସିଥିବା ଜଣାଯାଇଛି । ସେହିଭଳି ଭାବେ ତାଙ୍କ ପôତୀ ତଥା ପୂର୍ବତନ ନଗରପାଳ ନିରୁପମା ଖଟେଇ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ସାମ୍ବାଦିକଙ୍କ ପକ୍ଷରୁ ଆଶୁ ଆରୋଗ୍ୟ କାମନା କରାଯାଇଛି । ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ, ନିଶିକାନ୍ତ ରଥ, ରବିନ୍ଦ୍ର ପଟ୍ଟନାୟକ, ରାମକୃଷ୍ଣ ରଥ, ରିତେନ୍ଦ୍ର ଛାଟୋଇ, ବୈଦ୍ୟ ଭୂଷଣ ମହାପାତ୍ର, ନବକିଶୋର ମିଶ୍ର, ପ୍ରଶାନ୍ତ ଜେନା, ପ୍ରଦୀପ୍ତ ରଥ, ମହେଶ ମିଶ୍ର, ବାସୁଦେବ ମହାନ୍ତି, ଲୋକନାଥ ମିଶ୍ର, ସଂଜୟ କୁମାର ସ୍ୱାଇଁଙ୍କ ସମେତ ଅନେକ ସାମ୍ବାଦିକ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅନ୍ୟପକ୍ଷେ, ବାଘୁଆବାର୍ତ୍ତା ପକ୍ଷରୁ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଛି ।





