ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଅରାସାହି ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ମଧ୍ୟରେ ମାଡ଼ପିଟି ଘଟିଛି । ଉକ୍ତ ଗ୍ରାମର ସୁଦାମ ବେହେରାଙ୍କୁ ତାଙ୍କ ଭାଇ ମେଳିଆ ବେହେରା ମାଡ଼ ମାରିଛନ୍ତି । ଏହି ଘଟଣାକୁ ନେଇ ସୁଦାମଙ୍କ ପତ୍ନୀ ଇଟାମାଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ମେଳିଆକୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।





