Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ ଓ ଚିତ୍ରକଳା

by ସଞ୍ଜୟ ସ୍ୱାଇଁ
September 5, 2020
in Feature News
ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ ଓ ଚିତ୍ରକଳା
156
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ସେପେଫମ୍ବର ୬ ତାରିଖ ଦିନ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ‘ଗୋଣ୍ଡ’ ଜନଜାତିଙ୍କ ଜୀବନଶୈଳୀ, ସଂସ୍କୃତି ଓ ଚିତ୍ରକଳା ଉପରେ ସନ୍ଦର୍ଶନ କରିପାରିବେ । ‘ଗୋଣ୍ଡ’ ଜନଜାତି ଭାରତର ଜନଜାତିମାନଙ୍କ ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥା’ନ୍ତି । ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟତଃ ‘ଗୋଣ୍ଡ’ ଜନଜାତିମାନେ ବାସ କରିଥା’ନ୍ତି । ସେମାନଙ୍କର ଭାଷା ଗୋଣ୍ଡି (ଦ୍ରାଭିଡିଆନ୍‌) ଓ ଓଡ଼ିଆ (ଇଣ୍ଡୋ-ଆର୍ଯ୍ୟାନ୍‌) ଅଟେ । କୃଷି ଓ ଶ୍ରମଜୀବୀ ସେମାନଙ୍କର ମୁଖ୍ୟ ପେଶା । ‘ଗୋଣ୍ଡ’ ଜନଜାତିମାନଙ୍କର ଘରର ତିନି ପାଶ୍ୱର୍ରେ ବାରଣ୍ଡା ରହିଛି । କାନ୍ଥଗୁଡ଼ିକରେ ସୁନ୍ଦର ପାରମ୍ପରିକ ‘ଗୋଣ୍ଡ’ ଚିତ୍ରକଳା ରହିଛି । ଗୋଟିଏ ପଟେ ପରିବାର ଚଳପ୍ରଚଳ ପାଇଁ ରହିଥିବାବେଳେ ଅନ୍ୟପଟେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ରଖାଯାଇଛି । କାଠ ପ୍ଲାଟ୍‌ଫର୍ମରେ ଶସ୍ୟସୁରକ୍ଷିତ ରହୁଛି । ଆଜିର ଭର୍ଚୁଆଲ୍‌ ଟୁର୍‌ରେ ଦର୍ଶକମାନେ ଗୋଣ୍ଡମାନଙ୍କର କଳା ଓ କଳାବସ୍ତୁ ‘ଗୋଣ୍ଡ’ ଚିତ୍ରକଳା ଦେଖିବାର ସୁଯୋଗ ପାଇପାରିବେ । ଅନାଦିକାଳରୁ କାନ୍ଥ ଓ ଚଟାଣରେ ପେଣ୍ଟିଂ କରିବା ‘ଗୋଣ୍ଡ’ମାନଙ୍କର ଏକ ପରମ୍ପରା । ସଂପ୍ରତି ଏହି ଚିତ୍ରକଳା ସେମାନଙ୍କୁ ଅର୍ଥ ଉପାର୍ଜନର ସୁଯୋଗ ଆଣିଦେଇଛି । ଏହି ଜନଜାତି ‘ଗୋଣ୍ଡ’ ବା ‘କୋଇଟୁର୍‌’ ଭାବେ ବେଶ୍‌ ଜଣାଶୁଣା । ଏହି ରାଜ୍ୟ ଜନଜାତି ସଂଗ୍ରହାଳୟରେ ବିିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ସେମାନଙ୍କ ଦ୍ୱାରା ବ୍ୟବହୃତ ସାମଗ୍ରୀ ଆଦି ପ୍ରଦର୍ଶିତ ହେଉଛି । ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନେ ଭର୍ଚୁଆଲ୍‌ ଟୁର୍‌ରେ ପେଜ୍‌ ଖୋଲି ସଂଗ୍ରହାଳୟକୁ ଦେଖିପାରିବେ ବୋଲି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!