ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ପଞ୍ଚମ ଥର ପାଇଁ ବିଜୟୀ ହୋଇଛନ୍ତି । ନିକଟତ୍ତମ ପ୍ରତିଦ୍ୱନ୍ଦୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କଠାରୁ ୩୯୬ ଭୋଟରେ ବିଜୟୀ ହୋଇଛନ୍ତି । ନୟାଗଡ଼ ବିଜୁ ଜନତା ଦଳର ଗଡ଼ ଭାବେ ଅକ୍ଷୁଣ୍ଣ ରହିଛି । ଏହା ସହିତ ଅରୁଣ ନୟାଗଡ଼ରୁ ପଞ୍ଚମ ଥର ପାଇଁ ବିଧାନସଭା ଯିବାକୁ ଭୋଟର ସୁଯୋଗ ଦେଇଥିବା ସ୍ପଷ୍ଟ ହୋଇଛି ।






