ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଦୀପ ଦାନ ଚାଲିଛି । ଏହି ଅବସରରରେ ଆଜି ସ୍ୱଣ୍ଣକାର ସଂଘ ପକ୍ଷରୁ ଦୀପଦାନ କରାଯାଇଛି । ନୟାଗଡ଼ ହନୁମାନ ମନ୍ଦିରଠାରେ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗ ଦେଇଥିଲେ । ସଂଘର ସଭାପତି ସନ୍ଦୀପ କୁମାର ସୁବୁଦ୍ଧି, ସଂପାଦକ ଆଶୁତୋଷ ପାତ୍ର ପ୍ରମୂଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।






