Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୦ କୋଟି ଟଙ୍କାର ହେରୋଇନ୍ ଜବତ

by ସଞ୍ଜୟ ସ୍ୱାଇଁ
June 1, 2024
in Crime, NATIONAL NEWS
୧୦ କୋଟି ଟଙ୍କାର ହେରୋଇନ୍ ଜବତ
23
VIEWS
Share on FacebookShare on Twitter

ମିଜୋରାମ, (ବାଘୁଆବାର୍ତ୍ତା): ନିଶା ଦ୍ରବ୍ୟ ଚୋରା ଚାଲାଣର ପର୍ଦ୍ଦାଫାସ ହୋଇଛି। ଆସାମ ରାଇଫଲର ଯବାନମାନେ ବେଆଇନ ଚାଲାଣର ପର୍ଦ୍ଦାଫାସ କରି ୩ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧.୩୮୭ କେଜିର ହେରୋଇନ ମିଳିଛି। ଏହାର ବଜାର ମୂଲ୍ୟ ୯.୭୦ କୋଟି ଟଙ୍କା ହେବ। ମିଜୋରାମ-ମିଆଁମାର ସୀମାରୁ ଏତେ ପରିମାଣର ହେରୋଇନ ଜବତ ହୋଇଛି। ଆସାମ ରାଇଫଲ୍ସ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଗୁରୁବାର ଦିନ ମିଜୋରାମ-ମିଆଁମାର ସୀମାନ୍ତରେ ଥିବା ମେଲବୁକ ଓ ଜୋଟେ ଗାଁରୁ ନିଶାଦ୍ରବ୍ୟକୁଚ ଜବତ କରାଯାଇଛି। ୧.୩୮୭ କେଜି ହେରୋଇନକୁ ୩ ଜଣ ବ୍ୟକ୍ତି ୧୧୨ଟି ସାବୁନ କେସ୍‌ରେ ରଖି ଚୋରା ଚାଲାଣ କରୁଥିଲେ। ହରୋଇନ ଚୋରା ଚାଲାଣ ସମ୍ପର୍କରେ ପ୍ରଥମେ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଆସାମ ରାଫଲ୍ସର ଗୋଟିଏ ଟିମ ସହ ଝୋକାୱଥର ଓ ଚମ୍ଫାଇ ସହରରେ ମୁତୟନ ପୁଲିସ୍‌ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ବେଳେ ମେଲବୁକରୁ ୧୪୬ ଗ୍ରାମ, ଜୋଟେରୁ ୨୨ ଗ୍ରାମ ଓ ଚମ୍ଫାଇ-ଅଜିୱାଲ ଠାରୁ ୧କେଜି ୨୧୯ ଗ୍ରାମ ହେରୋଇନ ଜବତ କରାଯାଇଥିଲା। କାହରୱଟ ଓ ନ୍ୟୁ ଚମ୍ଫାଇରେ ରହୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗୁଇନ୍ଦା ସୂଚନା ଆଧାରରେ ଗିରଫ କରାଯାଇଛି। ଗିରଫ ପରେ ସେମାନଙ୍କୁ ଝୋକାୱଥର ଓ ଚମ୍ଫାଇ ପୁଲିସ୍‌କୁ ହସ୍ତାନ୍ତର କରାଯାଇଥିବା ବିବୃତିରେ କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!