ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଦୀପ ଦାନ ଚାଲିଛି । ଏହି ଅବସରରରେ ଆଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମଜୁରିଆପଲ୍ଲୀ ନିକଟସ୍ଥ ଭୈରବୀଙ୍କଠାରେ ଦୀପଦାନ କରାଯାଇଛି । ମୀନା କୁମାରୀ ସ୍ୱାଇଁ, ସୁଫଳା ଭୂୟାଁ, ପୁଷ୍ପାଞ୍ଜଳୀ ରାଉତରାୟ, ହରଶ ପ୍ରଧାନଙ୍କ ନେତୃତ୍ୱରେ ଏହି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି ।






