ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଇଟାମାଟି ନାରାୟଣୀ ବାଳିକା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦେବୀଙ୍କ ଆଜି ପରଲୋକ ଘଟି ଯାଇଛି । କିଛି ଦିନ ହେବ ସେ କ୍ୟାନସର୍ ଆକ୍ରାନ୍ତ ହୋଇ ଭୂବନେଶ୍ୱର ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆଜି ସକାଳ ୬ ଘଟିକାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନୟାଗଡ଼ ସଦରବ୍ଲକ ଅନ୍ତର୍ଗତ କ୍ରିଦାଶପୁର ଗ୍ରାମର ସମାଜସେବୀ ତଥା ରାଜନେତା ପ୍ରକାଶ ପାଣିଗ୍ରାହୀଙ୍କ ଧର୍ମପôତୀ ବିଷ୍ଣୁପ୍ରିୟା ଦେବୀ ଜଣେ ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷୟତ୍ରୀ ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ନାୟକ, ସରପଂଚ ସୋନାଲିକା ମନ୍ଥନ ଗଭୀର ଶୋକବ୍ୟକ୍ତ କରିଥିବା ବେଳେ କ୍ରିଦାଶପୁର ଅଂଚଳରେ ମଧ୍ୟ ତାଙ୍କ ବିୟୋଗକୁ ନେଇ ଅନେକ ମର୍ମାହାତ ହୋଇଛନ୍ତି ।






