ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଶିଖରପୁରଠାରେ ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । କୈାଣସି ସୁତ୍ରରୁ ଖବରପାଇ ଖଣ୍ଡପଡ଼ା ଏସ୍ଡିପିଓ ବି.ପି ପଟ୍ଟନାୟକ, ଫତେଗଡ଼ ଆଇଆଇସି ଗିରିଜା ପଟ୍ଟନାୟକ ସଦଳବଳେ ଚଢ଼ାଉ କରିଥିବା ବେଳେ ଆନ୍ଧ୍ର ନମ୍ବର ଥିବା ଏକ ଟ୍ରକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି । ଟ୍ରକକୁ ଖଣ୍ଡପଡ଼ା ଥାନାକୁ ନିଆଯାଇଥିବା ବେଳେ କେତେ ପରିମାଣର ଗଞ୍ଜେଇ ଥିଲା ଏବଂ ଏହା ପଛରେ କାହାର ହାତ ରହିଛି ତାହାର ଯାଂଚ ଚାଲିଥିବା ଜଣାଯାଇଛି । ଟ୍ରକ ଡାଲା ଭିତରେ ଏକ କ୍ୟାବିନ୍ କରି ଗଞ୍ଜେଇ ଚାଲାଣ ହେଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।






