ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଇଟାମାଟି ଥାନା ଅଞ୍ଚଳରେ ଅଘଟଣ । ଇଟାମାଟି ଥାନା ଅନ୍ତର୍ଗତ ଚମ୍ପତିପୁର ଗାଁରେ ସ୍ତ୍ରୀ ସ୍ୱାମୀକୁ ଟଙ୍କା ନେଦେବାରୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ସୁଚନାନୁସାରେ ଚମ୍ପତିପୁର ଗ୍ରାମର ତପନ ସ୍ୱାଇଁ ଓଡ଼ଗାଁ ଥାନା ଅନ୍ତର୍ଗତ ଗୋଡିପାଟଣା ଗାଁର ପଦ୍ମିନୀ ପ୍ରଧାନଙ୍କୁ ୮ ବର୍ଷ ତଳେ ବିବାହ କରିଥିଲେ । ପଦ୍ମିନୀ ଓଡ଼ଗାଁ ଆଦର୍ଶ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସାବିତ୍ରୀ ଥିବାରୁ ପଦ୍ମିନୀ ନିଜ ଶାଶୁ ଘର ଚମ୍ପତିପୁରକୁ ଆସିଥିଲେ । କନ୍ୟା ପକ୍ଷର ଅଭିଯୋଗ ମୁତାବକ ପଦ୍ମିନୀଙ୍କୁ ସ୍ୱାମୀ ତପନ ଗାଡ଼ି କିଣିବା ପାଇଁ ଟଙ୍କା ମାଗିଥିଲେ । ଟଙ୍କା ଦେବା ନେବାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭିଯୋଗ ମୁତାବକ ସ୍ୱାମୀ, ଦିଅର, ଶାଶୁ, ଶ୍ୱଶୁର ମିଳିମିଶି ମାଡ଼ ମାରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି । ପଦ୍ମିନୀ ମୃତ୍ୟୁ ବରଣ କଲାପରେ ତାଙ୍କୁ ଫ୍ୟାନରେ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ଝିଅ ମରିଯିବା ଖବର ତାଙ୍କ ପରିବାର ବର୍ଗଙ୍କୁ ଦେଇଥିଲେ । ପରିବାର ଲୋକ ଆସି ପଦ୍ମିନୀଙ୍କ ପୁଅକୁ ପଚରା ଉଚରା କରିଥିଲେ । ଏ ନେଇ ଝିଅର ପରିବାର ପକ୍ଷରୁ ଇଟାମାଟି ଥାନାରେ ଅଭିଯୋଗ କରାଯାଇଛି । ଇଟାମାଟି ପୁଲିସ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ତପନକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ ହେବ । ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।





